Advertisement

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ଆଇରନ୍‌, ପ୍ରୋଟିନ୍‌ ଏବଂ ଭିଟାମିନ୍‌ ଆଦି ପୋଷକ ତତ୍ତ୍ୱ ରହିଥାଏ। ସେହିପରି ହଳଦୀ ଏକ ପ୍ରାକୃତିକ ଆଣ୍ଟିବାୟୋଟିକ୍‌ ଭାବେ କାର୍ଯ୍ୟ କରିଥାଏ। ହଳଦୀ ମିଶା କ୍ଷୀର ପିଇଲେ ମାନସିକ ଅବସାଦ ଦୂର ହୋଇଥାଏ। ତେବେ ଏହାକୁ ଆବଶ୍ୟକ ମାତ୍ରାରେ ପିଇବା ଦ୍ୱାରା ସୁଫଳ ମିଳିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share