ଶାହାଜହାନପୁର,୨୧।୯: ଏକ ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଶୁକ୍ରବାର ଜେଲ୍ରେ ପ୍ରଥମ ରାତି କାଟିଛନ୍ତି। ଜଣେ ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଶୁକ୍ରବାର ତାଙ୍କୁ ଗିରଫ କରାଯିବା ପରେ ସେ ତାଙ୍କର ସମସ୍ତ ଦୋଷ ସ୍ବୀକାର କରିଥିଲେ। ଏହାପରେ ତାଙ୍କୁ ଜିଲା କାରାଗାରରେ ସାଧାରଣ କଏଦୀଙ୍କ ଭଳି ରଖାଯାଇଥିଲା। ଦ୍ୱିପ୍ରହରରେ ଓ ସନ୍ଧ୍ୟାରେ ଅଳ୍ପ ଭୋଜନ ଗ୍ରହଣ କରିବା ସହ ସେ ରାତିରେ ଆଦୌ ଶୋଇ ପାରି ନ ଥିଲେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଜଣେ ଆଇନ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।