ରାତିରେ ହେଉନି ନିଦ; ତେବେ ପିଅନ୍ତୁ ଏହି ଜୁସ୍‌…

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। ନିଦ ଶରୀର ପାଇଁ ଅତି ଜରୁରୀ। ଶରୀରକୁ ଆରାମ ନ ମିଳିଲେ ନାନାପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଅନିଦ୍ରା ସମସ୍ୟା ଦୂର ପାଇଁ ପ୍ରତିଦିନ ସକାଳେ ଗାଜର ଜୁସ୍‌ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗାଜର ଜୁସ୍‌ରେ ଭିଟାମିନ୍‌ ଏ, ସି, ଡି, ବି-୬, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଲୌହ, କୋବାଲାମିନ୍‌, ସୋଡିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌ ଆଦି ରହିଥାଏ। ଏହା କୋଲେଷ୍ଟରଲସ୍ତରକୁ କରିଥାଏ ନିୟନ୍ତ୍ରିତ। ଏହା ରକ୍ତଶର୍କରାସ୍ତର ସ୍ବାଭାବିକ କରିଥାଏ। ଫଳରେ ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।