ରାତି ଅନିଦ୍ରା ବଢ଼ାଇଥାଏ ବିଷାଦ

ଦିନସାରା ମନ ଅଶାନ୍ତ ରହୁଛି କି? ସାମାନ୍ୟ କଥାରେ ରାଗି ଯାଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶୋଇବା ସମୟ ବ୍ୟତିକ୍ରମ ପାଇଁ ହୋଇଥାଇପାରେ। କାରଣ ଅନେକ ସମୟରେ ଶୋଇବା ଓ ଉଠିବା ସମୟରେ ବ୍ୟତିକ୍ରମ ହେଲେ ଶାରୀରିକ ତଥା ମାନସିକ ସମସ୍ୟା ଦେଖାଦେଇଥାଏ। ତେବେ ସ୍ଲିପ୍‌ ସ୍ପେଶାଲିଷ୍ଟଙ୍କ ମତରେ, ରାତିରେ କମ୍‌ ଶୋଉଥିବା ଲୋକ ଛୋଟ ଛୋଟ କଥାରେ ଶୀଘ୍ର ଚିନ୍ତିତ ହେବା ସହ ବିଷାଦଗ୍ରସ୍ତ ହୋଇଯାଇଥାନ୍ତି।

ନିଦ୍ରା ପାଇଁ ଉପୁଜୁଥିବା ବିଭିନ୍ନ ସମସ୍ୟା ବିଷୟରେ ଜାଣିରଖନ୍ତୁ:

– ଏହି ସମସ୍ୟାେରେ ଆକ୍ରାନ୍ତ ୧୫% ଲୋକ ଅଧିକ ଶୋଇଥା’ନ୍ତି। ଫଳରେ ସେମାନଙ୍କ ମାନସିକ ସ୍ଥିତି ଠିକ୍‌ ରହି ନ ଥାଏ।

– ଅନେକ ଦିନ ଅନିଦ୍ରା ରହିବା ଫଳରେ ଶରୀର ଦୁର୍ବଳ ହୋଇଯାଏ। ଏହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା କମ୍‌ ହୋଇ ଯାଇଥାଏ।

– ଅନିଦ୍ରା ରହିବା ଫଳରେ ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମ୍‌ ହୋଇଯାଇଥାଏ। ଏପରିକି ଟାଇପ୍‌-ଟୁ ମଧୁମେହ ହେବା ଆଶଙ୍କା ରହିଥାଏ।

– ରାତି ନିଦକୁ ଦିନରେ ଶୋଇ ପୂରା କରିବାକୁ ଅନେକେ ଭାବିଥାଆନ୍ତି। ମାତ୍ର ଏପରି କରିବା ଶରୀର ପାଇଁ ବହୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।