ରାତି ୯ଟା ଯାଏ ଖୋଲା ରହିଲା ରାଜାରାଣୀ ମନ୍ଦିର

ପୁରୁଣା ଭୁବନେଶ୍ୱର, ୨୩ା୧(ଡି.ଏନ.ଏ.): ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ରାଜାରାଣୀ ମନ୍ଦିର ବୁଧବାରଠାରୁ ସକାଳୁ ରାତି ୯ଟା ଯାଏ ଖୋଲା ରହିଛି। ପୂର୍ବରୁ ଟିକେଟ ହେବା ପରଠାରୁ ସୂର୍ଯ୍ୟ ଉଦୟଠାରୁ ସ୍ବର୍ଯ୍ୟାସ୍ତ ପର୍ଯ୍ୟନ୍ତ ମନ୍ଦିର ପରିସରକୁ ଯିବା ଲାଗି ଖୋଲା ରହୁଥିଲା। ଫଳରେ ବହୁ ପର୍ଯ୍ୟଟକ ମନ୍ଦିରର କଳାକୃତ୍ତି ଦେଖି ନ ପାରି ଫେରି ଯାଉଥିଲେ। ତେଣୁ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧାକୁ ଉପଲବ୍ଧି କରି ଏଭଳି ପଦକ୍ଷେପ ନିଆଯାଇଥିବା ଏଏସ୍‌ଆଇ ସଂରକ୍ଷକ ଅଧୀକ୍ଷକ ନିର୍ମଳ ଚନ୍ଦ୍ର ମହାପାତ୍ର କହିଛନ୍ତି।

Share