ନୂଆଦିଲ୍ଲୀ,୧୨ା୯(ପି.ଟି.): ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ଇଡି ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ବୁଧବାର ଆଉ ୫ ଦିନ ବୃଦ୍ଧି କରିଛନ୍ତି। ଗତ ୪ ତାରିଖରେ ଇଡି ତାଙ୍କୁ ଗିରଫ କରିବା ପରେ ଜେରା ପାଇଁ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ପୂରଣ ପରେ ବୁଧବାର ତାଙ୍କୁ ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ କୋର୍ଟରେ ହାଜର କରାଯାଇଥିଲା। ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତିର ମନିଲଣ୍ଡରିଂ ଦିଗକୁ ନେଇ ରାତୁଲଙ୍କ ନାଁରେ ଇଡି ମାମଲା ରୁଜୁ କରିଥିଲା।