Advertisement

ରାତ୍ରଭୋଜନ ସହଜରେ ହଜମ ହେଉଥିବା ଦରକାର। ରାତିରେ ଯଦି ଆମେ ଗରିଷ୍ଠ ଖାଦ୍ୟ ଖାଇବା ତେବେ ତାହା ହଜମଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହି ସମୟରେ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼େ। ରାତ୍ରଭୋଜନରେ ସବୁବେଳେ ସୁପାଚ୍ୟଯୋଗ୍ୟ ଖାଦ୍ୟ ଖାଆନ୍ତୁ। ଯଦି ଏହାର ଏକ ଚାର୍ଟ ପ୍ରସ୍ତୁତ କରିପାରିଲେ ତାହା ଆହୁରି ଭଲ। ସବୁଠାରୁ ଖାସ୍‌ କଥା ହେଲା, ଶୋଇବା ସମୟ ଏବଂ ରାତ୍ରଭୋଜନ କରିବ ସମୟ ଭିତରେ ଅତିକମ୍‌ରେ ଦୁଇଘଣ୍ଟା ଗ୍ୟାପ୍‌ ରହିବା ଭଲ। ସଙ୍ଗେ ସଙ୍ଗେ ରାତ୍ରଭୋଜନ ଶେଷକରି ଶୋଇବାକୁ ଯାଉଥିଲେ ଏପରି ଅଭ୍ୟାସ ପରିତ୍ୟାଗ କରନ୍ତୁ। କାରଣ ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇ ନ ଥାଏ ଏବଂ ନିଦ୍ରାଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ରାତ୍ରଭୋଜନ କରିବା ପରେ କିଛି ସମୟ ଚାଲବୁଲ କରନ୍ତୁ। କାରଣ ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। କେତେକେ ବିଳମ୍ବିତ ରାତିରେ ଭୋଜନ କରିଥାଆନ୍ତି। ଏଭଳି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ରାତିିରେ ଯେତେ ହାଲୁକା ଖାଦ୍ୟ ଖାଇବେ ତାହା ସ୍ବାସ୍ଥ୍ୟ ଲାଗି ସେତେ ଭଲ। ରାତିରେ ପେଟପୂରା ଖାଦ୍ୟ ଖାଆନ୍ତୁ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share