ରାଧେ ମା’ ଚରିତ୍ରରେ ନଜର ଆସିବେ ପାୟଲ

ବିବିସି ଟେଲିଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପାୟଲ ଘୋଷ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ନାମ। ତେଲୁଗୁ ଫିଲ୍ମ ‘ପ୍ରାୟାନମ୍‌’ରୁ ବଡ଼ ପରଦାରେ ଡେବ୍ୟୁ କରିଥିବା ପାୟଲ ଇତିମଧ୍ୟରେ ୬ରୁ ଊର୍ଦ୍ଧ୍ୱ ଦକ୍ଷିଣ ସିନେମାରେ କାମ କରିସାରିଛନ୍ତି। ୨୦୧୭ରେ ମୁକ୍ତିଲାଭ କରିଥିବା ଲେଖକ, ନିର୍ଦ୍ଦେଶକ ସଞ୍ଜୟ ଛେଲଙ୍କ କମେଡି ଫିଲ୍ମ ପଟେଲ୍‌ କି ପଞ୍ଜାବୀ ଶାଦି’ରୁ ସେ ବଲିଉଡ୍‌ରେ ପାଦ ଦେଇସାରିଛନ୍ତି। ଏବେ ତାଙ୍କୁ ବଲିଉଡ୍‌ରେ ଏକ ବଡ ଅଫର୍‌ ମିଳିଛି। ଯାହାକୁ ନେଇ ପାୟଲ ବହୁତ ଉତ୍ସାହିତ ଅଛନ୍ତି। ଚର୍ଚ୍ଚିତ ସନ୍ୟାସୀନି ରାଧା ମା’ଙ୍କ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ତାଙ୍କୁ ଲିଡ୍‌ ଚରିତ୍ର ଅଫର ମିଳିଛି। ଯାହାର ନାମ ରହିଛି ‘ଜୟ ମାତା ଦି’। ଏହା ବାୟୋପିକ୍‌ ଫିଲ୍ମ କି ନୁହେଁ ତାହା ଜାଣି ନ ଥିବା ବେଳେ ଏହାର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ପାୟଲ କୁହନ୍ତି। ଆଜି ପର୍ଯ୍ୟନ୍ତ ପାୟଲଙ୍କୁ ଅନେକ ବଲିଉଡ୍‌ ସିନେମାରେ ଅଫର ମିଳିଛି। ମାତ୍ର ଭଲ ଚରିତ୍ରଟିଏ ଅପେକ୍ଷାରେ ସେ ଥିଲେ। ଅନେକ ଓ୍ବେବ୍‌ ସିରିଜ୍‌ ଅଫରକୁ ମଧ୍ୟ ପ୍ରତ୍ୟାକ୍ଷାନ କରିଥିବା ସେ କହିଛନ୍ତି।

Share