ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ ହୋଇଛି। ଏଥିରେ ସେ ହିମେଶ ରେଶମିୟାଙ୍କ ସହିତ ଗୀତ ଗାଇଛନ୍ତି। ଏହି ପ୍ରଥମ ଗୀତ ଲାଗି ରାନୁଙ୍କୁ ୭ ଲକ୍ଷ ଟଙ୍କା ପାରିଶ୍ରମିକ ଦିଆଯାଇଛି। ତେବେ ଏହାକୁ ପ୍ରଥମେ ରାନୁ ନେବାକୁ ମନା କରୁଥିଲେ। ପରେ ସେ ପାରିଶ୍ରମିକ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ରାନୁଙ୍କ ଗୀତ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଯାଇଥିଲା। ଶେଷରେ ବଲିଉଡ୍ରେ ସେ ଡେବ୍ୟୁ କରିଥିଲେ।