ରାନୁଙ୍କ କଥା ଶୁଣି ଏବେ ଚିଡ଼ିଲେଣି ହିମେଶ

ମୁମ୍ବାଇ: ଏକଦା କଲିକତା ରାଣୀଘାଟ ଷ୍ଟେଶନରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଗୀତ ଗାଇ ରାତାରାତି ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମୁନି। ରାନୁ ଲତାଜ୍‌ଙ୍କ ଏକ ଗୀତ ‘ତେରୀ ମେରୀ’ ଗାଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ। ଏହି ଭିଡିଓକୁ ହିମେଶ ରେଶମିୟା ଦେଖିବା ପରେ ରାନୁଙ୍କୁ ତାଙ୍କ ଫିଲ୍ମ ‘ ହାପି ହ୍ୟାର୍ଡି’ରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ।

ଏହା ପରେ ରାନୁ ଆହୁରି ଲୋକପ୍ରିୟ ହୋଇଗଲେ। ଏହା ପରଠାରୁ ରାନୁ କେବେ ନିଜର ମେକ୍‌ଅପ୍‌କୁ ନେଇ ତ ଆଉ କେବେ ରାଗକୁ ନେଇ ଟ୍ରୋଲ ହେବାରେ ଲାଗିଛନ୍ତି। ଏବେ ଖୋଦ୍‌ ହିମେଶ ମଧ୍ୟ ଚିଡ଼ିଗଲେଣି। ହିମେଶଙ୍କୁ ରାନୁଙ୍କ କଥା ପଚାରିବା କ୍ଷଣି ସେ ଚିହଁିକି ଉଠୁଛନ୍ତି। ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ହିମେଶଙ୍କୁ ସ୍ପଟ୍‌ କରାଯାଇଥିଲା।

ମିଡିଆ ରିପୋର୍ଟରମାନେ ଯେତେବେଳେ ହିମେଶଙ୍କୁ ରାନୁଙ୍କ ବିଷୟରେ କିଛି ପଚାରିଲେ ସେ ହଠାତ୍‌ ରାଗିଗଲେ। କହିଲେ ମୁଁ ତାଙ୍କ ମ୍ୟାନେଜର ଭଳି ଦେଖାଯାଉଛି କି? ଦିନେ ରାନୁଙ୍କୁ ଏତେ ପ୍ରଶଂସା କରୁଥିବା ହିମେଶ ଏବେ କାହିଁକି ଚିଡ଼ି ଉଠୁଛନ୍ତି ଜଣାପଡୁନି।

Share