ରାନୁ ମଣ୍ଡଳଙ୍କୁ ଫ୍ଲାଟ୍‌ ଉପହାର ଦେବା ଖବର ଏକ ଗୁଜବ: ସଲମାନ୍‌ ଖାଁ

ମୁମ୍ବାଇ,୨୪।୯: ରେଳଷ୍ଟେଶନରେ ଗୀତ ଗାଇ ପରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କୁ ସଲମାନ୍‌ ଖାଁ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ ଉପହାର ଦେଇଥିବା ଖବର କିଛିଦିନ ତଳେ ପ୍ରଚାରିତ ହୋଇଥିଲା। ତେବେ ଏହା ଏକ ଗୁଜବ ବୋଲି ନିଜେ ସଲମାନ୍‌ କହିଛନ୍ତି। ତାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ, ମୁଁ ଏହି ଖବର ଶୁଣିଛି। ମାତ୍ର ମୁଁ କିଛି ବି ଉପହାର ଦେଇନାହିଁ। ସେହିପରି ରାନୁ ମଣ୍ଡଳଙ୍କ ମ୍ୟାନେଜର ମଧ୍ୟ ଏହାକୁ ମିଥ୍ୟା ବୋଲି କହିଛନ୍ତି। ଏବେ ସଲମାନ୍‌୍‌ଙ୍କ ଏଭଳି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share