ରାନୁ ମଣ୍ଡଳଙ୍କ ପରେ ଏବେ ଭାନୁ ମଣ୍ଡଳଙ୍କ ଗୀତ ‘ଓ ମେରେ ଦିଲ୍‌ କି ଚୈନ୍‌’ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୯।୯: ପଶ୍ଚିମବଙ୍ଗର ରେଳ ଷ୍ଟେଶନ୍‌ରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ସୋସିଆଲ୍‌ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ହିମେଶ୍‌ ରେଶମିଆ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଏବେ ଫେସ୍‌ବୁକ୍‌ର ମାଇଁ ରୁଲସ୍‌ ମାଇଁ ଲାଇଫ୍‌ ପେଜ୍‌ରେ ଭାନୁ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗୀତ ଭାଇରାଲ ହେବାରେ ଲାଗିଛି। ସେ ରାସ୍ତାରେ ବୁଲି କିଶୋର କୁମାରଙ୍କ ‘ ଓ ମେରେ ଦିଲ୍‌ କି ଚୈନ୍‌’ ଗୀତ ଗାଉଛନ୍ତି। ଏହି ଗୀତ ଟି ହିନ୍ଦୀ ଫିଲ୍ମ ମେରେ ଜୀବନ ସାଥି ଫିଲ୍ମର। ଏହାକୁ ଗତ ମଙ୍ଗଳବାର ଫେସବୁକ୍‌ରେ ଶେୟାର କରାଯାଇଛି। ଇତିମଧ୍ୟରେ ଏହାକୁ ଲକ୍ଷେ ୭୪ ହଜାରରୁ ଅଧିକ ଲାଇକ୍‌ ମିଳିଥିବାବେଳେ ହଜାରେ ୭ଶହ ୩୮ ଥର ଶେୟାର ହୋଇଛି। ଏହି ଗୀତ ଉପରେ ୫.୬୦ ହଜାରରୁ ଅଧିକ କମେଣ୍ଟ ଦେଇଛନ୍ତି।

Share