ନୂଆଦିଲ୍ଲୀ,୩୦।୯: ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଶ୍ରୀଲଙ୍କାର ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଲୋକପ୍ରିୟ ହୋଇଛି। ଏହି ଗୀତକୁ ରାନୁ ମଣ୍ଡଳ ଗାଇ ପୁଣି ଲୋକଙ୍କ ନଜରକୁ ଫେରିଛନ୍ତି।
ସୂଚନାନୁସାରେ, ଲତା ମଙ୍ଗେଶକରଙ୍କ ‘ ଏକ ପ୍ୟାର କା ନଗମା ହେ’ ଗୀତକୁ ଏକ ରେଲୱେ ଷ୍ଟେସନରେ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକି ତାଙ୍କୁ ଲୋକଲୋଚନକୁ ଆଣିଥିଲା। ପରେ ନିଜକୁ ସେ ସେଲିବ୍ରିଟି ଅନୁଭବ କରି ଜନତାଙ୍କୁ ଅନୁଚିତ ବ୍ୟବହାର ଦେଖାଇ ଟ୍ରୋଲ ହୋଇଥିଲେ।