Posted inଖେଳ

ରାନ୍‌କୀ ରେଡ୍ଡୀ-ପୋନ୍ନାପାଙ୍କ ବୃହତ୍‌ ବିଜୟ

ବ୍ୟାଙ୍କକ୍‌,୩୧।୭(ପିଟି)- ଭାରତୀୟ ମିକ୍ସଡ୍‌ ଡବଲ୍ସ ଖେଳାଳି ସାତ୍ୱିକ ସାଇରାଜ ରାନ୍‌କୀ ରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି କ୍ୟାରିୟରର ଅନ୍ୟତମ ବୃହତ୍‌ ବିଜୟ ହାସଲ କରିଛନ୍ତି। ଏମାନେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଚାନ ପେଙ୍ଗ ସୁନ ଓ ଗୋ ଲିଉ ୟିଙ୍ଗଙ୍କୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନର ପ୍ରଥମ ରାଉଣ୍ଡରେ ହରାଇ ଦେଇଛନ୍ତି। ଅଣସିଡ୍‌ ଭାରତୀୟ ଯୋଡ଼ି ଏକ ଘଣ୍ଟା ଦୁଇ ମିନିଟ୍‌ ଧରି ଚାଲିଥିବା ମୁକାବିଲାକୁ ୨୧-୧୮, ୧୮-୨୧, ୨୧-୧୭ ଗେମ୍‌ରେ ଜିତି ନେଇଛନ୍ତି। ଦ୍ୱିତୀୟ ଥର ପାଇଁ ବିଶ୍ୱ ମାନ୍ୟତାର ୨୩ତମ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ୫ମ ର଼୍ୟାଙ୍କ ମାଲେସିଆନ ସୁନ-ୟିଙ୍ଗଙ୍କୁ ହରାଇଛି। ରାନ୍‌କୀ ରେଡ୍ଡୀ ଓ ପୋନ୍ନାପା ଗତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମାଲେସିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ। ଏହି ଭାରତୀୟ ଯୋଡ଼ି ପରବର୍ତ୍ତୀ ରାଉଣ୍ଡରେ ଇଣ୍ଡୋନେସିଆର ଅଲଫିଆନ ଇକୋ ପ୍ରାସେତ୍ୟା ଓ ମାର୍ଶେଲା ଗିଶଚା ଇସଲାମିଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ୫ମ ସିଡ୍‌ କିଡାମ୍ବି ଶ୍ରୀକାନ୍ତ ୨୩-୨୧, ୧୯-୨୧, ୨୧-୫ ଗେମ୍‌ରେ ଜାପାନର କେଣ୍ଟା ସୁନେୟାମାଙ୍କୁ ହରାଇଛନ୍ତି। ଅନ୍ୟପକ୍ଷରେ ଶୁଭଙ୍କର ଦେ ବିଶ୍ୱର ନଂ ୧ ର଼୍ୟାଙ୍କ କେଣ୍ଟୋ ମୋମୋଟାଙ୍କଠାରୁ ଓ୍ବାକଓଭର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025: ଦ୍ୱିତୀୟ ବିଜୟ ସହ ୨ୟରେ ଦିଲ୍ଲୀ, ଷ୍ଟାର୍କଙ୍କୁ ୫ ଉଇକେଟ

ବିଶାଖାପାଟଣା, ୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଉଇକେଟରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ...

ରାଜସ୍ଥାନ ରୟାଲ୍ସର ପ୍ରଥମ ବିଜୟ, ଚେନ୍ନାଇର ଦ୍ୱିତୀୟ ପରାଜୟ

ଗୁଆହାଟୀ, ୩୦।୩: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ପ୍ରଭାବୀ ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ...

୧୦,୦୦୦ ମିଟର ରେସ୍‌ରେ ଗୁଲ୍‌ବୀରଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ,୩୦ା୩: କାଲିଫର୍ନିଆର ସାନ୍‌ ଜୁଆନ କାପିଷ୍ଟ୍ରାନୋଠାରେ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ଅନ୍ତର୍ଗତ ଦି ଟେନ୍‌ ଟ୍ରାକ୍‌ ଫେଷ୍ଟିଭାଲ ଇଭେଣ୍ଟର ୧୦, ୦୦୦ ମିଟର ରେସ୍‌ରେ...

ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍‌

ମେଲବୋର୍ନ,୩୦ା୩: ଭାରତୀୟ କ୍ରିକେଟ ଦଳର ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ଅନ୍ତର୍ଜାତୀୟ ଟି୨୦...

ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ, ଏହି ଭୁଲ୍‌ ପାଇଁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ଦଳକୁ...

IPL ପଏଣ୍ଟ ଟେବୁଲ୍‌ରେ ଗୁଜରାଟର ଲମ୍ବା ଡିଆଁ, ୬ ଟିମ୍‌କୁ ପଛରେ ପକାଇ…

ନୂଆଦିଲ୍ଲୀ,୩୦।୩: IPL ୨୦୨୫ରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳାଯାଇଛି। ଏଥିରେ ୮ ଦଳ ବିଜୟ ସହ ଖାତା ଖୋଲିଛନ୍ତି। କେବଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ...

ବ୍ୟାନ୍‌ ହେବା ସତ୍ତ୍ୱେ ସୁଧୁରିଲେନି ପାଣ୍ଡ୍ୟା, ପୁଣି ଦୋହରାଇଲେ ଭୁଲ୍‌

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ମ୍ୟାଚ ହାରିଯାଇଛି। ଗୁଜରାଟ ଟାଇଟନ୍ସ ବିପକ୍ଷରେ...

ମୁମ୍ବାଇକୁ ହରାଇ ଗୁଜରାଟର ପ୍ରଥମ ବିଜୟ

ଅହମଦାବାଦ,୨୯।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୩୬ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ସହାୟତାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image