Categories: ଜାତୀୟ

ରାଫାଲରେ ଉଡିଲେ ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ

ନୂଆଦିଲ୍ଲୀ, ୧୨।୭: ଭାରତୀୟ ବାୟୁ ସେନାର ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ ଆର୍‌କେଏସ୍‌ ଭଦୌରିଆ ଭାରତ ଆସିବାକୁ ଥିବା ଯୁଦ୍ଧ ବିମାନ ରାଫାଲରେ ପରୀକ୍ଷା ମୂଳକ ଉଡାଣ କରିଛନ୍ତି। ଫ୍ରାନ୍ସରେ ସେ ଏହି ବିମାନରେ ଉଡିଛନ୍ତି। ଏହାପରେ ସେ କହିଛନ୍ତି, ରାଫାଲରେ ଉଡିବାର ଅନୁଭୂତି ସବୁଠାରୁ ନିଆରା। ଏଥିରୁ ଅନେକ କଥା ଶିଖିବାକୁ ମିଳିଲା ଯାହାକୁ ଭାରତୀୟ ବାୟୁସେନାରେ ଭଲଭାବେ ବ୍ୟବହାର କରାଯାଇ ପାରିବ। ଏହାସହ ଏସ୍‌ୟୁ-୩୦ ସହ ଏହାକୁ କିପରି ସଂଯୋଜନା କରାଯାଇ ପାରିବ ତାହା ମଧ୍ୟ ଦେଖିବାର ଅଛି ବୋଲି ସେ କହିଛନ୍ତି। ଭଦୌରିଆଙ୍କ କହିବା କଥା ହେଲା ରାଫାଲ ପୁଣି ଥରେ ଭାରତୀୟ ବାୟୁସେନାରେ ଟେକ୍ନୋଲୋଜି ଓ ଅସ୍ତ୍ରଶସ୍ତ୍ର ହିସାବରେ ଗେମ୍‌ ଚେଞ୍ଚର ଭାବେ ଉଭା ହେବ। ଯୁଦ୍ଧ ପରିସ୍ଥିତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

Share