Categories: ଜାତୀୟ

ରାଫାଲ୍‌ ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ ସକ୍ଷମ: ବାୟୁସେନା ଅଧ୍ୟକ୍ଷ ଭଦୋରିଆ

ନୂଆଦିଲ୍ଲୀ,୩୦।୯: ରାଫାଲ୍‌ ଯୁଦ୍ଧ ବିମାନ ଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବହୁ ଗୁଣା ବୃଦ୍ଧି ପାଇବ। ଏହା ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ ସକ୍ଷମ ବୋଲି ଦାୟିତ୍ୱ ଗ୍ରହଣ ପରେ ସୋମବାର ନୂଆ ବାୟୁସେନା ଅଧ୍ୟକ୍ଷ ଆର୍‌.କେ.ଏସ୍‌. ଭଦୋରିୟା ଚାଇନା ଏବଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆସନ୍ତା ସପ୍ତାହରେ ବାୟୁସେନାରେ ଫ୍ରାନ୍ସ୍‌ ଦ୍ୱାରା ନିର୍ମିତ ରାଫାଲ୍‌ ଯୁଦ୍ଧ ବିମାନ ସାମିଲ୍‌ ହେବ। ଭଦୋରିଆ ରାଫାଲ୍‌ ଯୁଦ୍ଧ ବିମାନ କ୍ରୟ କମିଟିର ଚେୟାରମ୍ୟାନ୍‌ ମଧ୍ୟ ଥିଲେ। ତାଙ୍କର ୨୬ ପ୍ରକାର ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି।

Share