Categories: ଜାତୀୟ

ରାଫାଲ ପୂଜାକୁ କଂଗ୍ରେସ କହିଲା ଡ୍ରାମା

ନୂଆଦିଲ୍ଲୀ,୯।୧୦:  ଫ୍ରାନ୍ସ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରବି-୦୦୧ ଲେଖାଥିବା ରାଫାଲ ବିମାନକୁ ଫୁଲ ଓ ସିନ୍ଦୂର ଲଗାଇବା ପରେ ସେଥିରେ ଓଁ ଲେଖିବା ସହ ନଡିଆ ଏବଂ ଫୁଲ ଦେଇ ପୂଜା ଆରମ୍ଭ କରିଥିଲେ। ପରେ ରାଫାଲ ବିମାନଟି ଉଡିବା ପୂର୍ବରୁ ଚକ ତଳେ ଦୁଇଟି ଲେମ୍ବୁ ରଖାଯାଇଥିଲା। ଏଭଳି ପୂଜାର ଆୟୋଜନକୁ କଂଗ୍ରେସ ଡ୍ରାମା କହିଛି। କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ୍‌ କହିଛନ୍ତି, ରାଫାଲ ବିମାନକୁ ବାୟୁସେନା ଗ୍ରହଣ କରିବାର ଥିଲା। କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ପୂଜା କରି ଗ୍ରହଣ କରିବା ଏକ ଡ୍ରାମା। ଏହି ସରକାରଙ୍କ କାମ ଅପେକ୍ଷା ନାଟକ ବେଶି ବୋଲି ସେ କହିଛନ୍ତି।

Share