Advertisement

ରାଫାଲ ବିମାନକୁ ଖରାପ ନଜରରୁ ରକ୍ଷା କରିବ ଲେମ୍ବୁ

ପ୍ୟାରିସ,୯।୧୦: ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫାଲ। ଫ୍ରାନ୍ସ ଗସ୍ତରେ ଏହି ଡିଲ୍‌ର ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ଫ୍ରାନ୍ସରେ ଭାରତୀୟ ପରମ୍ପରା ରୀତିନୀତିର ଝଲକ ଦେଖିବାକୁ ମିଳିଥିଲା। ଆରବି-୦୦୧ ଲେଖାଥିବା ରାଫାଲକୁ ଫୁଲ ଓ ସିନ୍ଦୁର ଲଗାଇବା ପରେ ସେଥିରେ ଓଁ ଲେଖି ପୂଜା ଆରମ୍ଭ କରିଥିଲେ ରାଜନାଥ। ପରେ ରାଫାଲ ବିମାନଟି ଉଡିବା ପୂର୍ବରୁ ଚକ ତଳେ ଦୁଇଟି ଲେମ୍ବୁ ରଖାଯାଇଥିଲା। ସାଧାରଣତଃ ଭାରତୀୟ ପରମ୍ପରାରେ ଲେମ୍ବୁ ରଖିବା ଦ୍ୱାରା କୌଣସି ନକରାତ୍ମକ ଶକ୍ତି କିମ୍ବା ଖରାପ ନଜର ଏହା ଉପରେ ପଡିବ ନାହିଁ କୁହାଯାଏ। ତେଣୁ ବିମାନଟି ଉଡିବା ପୂର୍ବରୁ ଲେମ୍ବୁ ରଖାଯାଇଥିଲା ବୋଲି ଜ୍ୟୋତିଷଶାସ୍ତ୍ରୀମାନେ କହିଛନ୍ତି। ଏହି ଦିନକୁ ଐତିହାସିକ ଦିବସ ବୋଲି କହିଛନ୍ତି ରାଜନାଥ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଉତ୍ସବ ସତରେ ଐତିହାସିକ ଏବଂ ବାୟୁସେନା ପାଇଁ ଐତିହାସିକ ଦିନ। ଏହି ଉତ୍ସବ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବ। ୮୭ତମ ବାୟୁସେନା ଦିବସ ଏବଂ ନକାରାତ୍ମକ ଶକ୍ତି ଉପରେ ସକାରାତ୍ମକ ଶକ୍ତିର ବିଜୟର ଦିନ ବିଜାୟଦଶମୀ। ଏଭଳି ଦିନରେ ରାଫାଲ ଡେଲିଭରୀ ଆରମ୍ଭ ହୋଇଥିବାରୁ ମୁଁ ଆନନ୍ଦିତ। ମୁଁ ନିଶ୍ଚିତ ଏହା ବାୟୁସେନାର ଶକ୍ତି ବଢାଇବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share