ରାବଣରେ ଅଗ୍ନି ସଂଯୋଗ କରିବେ ମୋଦି

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲାଲକିଲ୍ଲା ବାହାରେ ଦ୍ୱାରକା ଶ୍ରୀରାମଲିଳା କମିଟିର ମଞ୍ଚରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଏହି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ମୋଦି ରାବଣରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଯେଉଁ ମଞ୍ଚ ଉପରୁ ମୋଦି ଶର ନିକ୍ଷେପ କରି ରାବଣ ଦେହରେ ଅଗ୍ନି ସଂଯୋଗ କରିବେ ସେହି ମଞ୍ଚଟିକୁ ରାମ ମନ୍ଦିରର ରୂପ ଦିଆଯାଇଥିବା ଜଣାପଡିଛି। ଏଠାରେ ଥିବା ସମସ୍ତ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯାଇଛି। ମଞ୍ଚ ନିକଟରେ ଏସ୍‌ପିଜି ଯବାନ ଘେରି ରହିଥିବା ବେଳେ ମିଲେଟ୍ରି ଫୋର୍ସ ଓ ଦିଲ୍ଲୀ ପୋଲିସ ମଧ୍ୟ ଜଗି ରହିଛନ୍ତି। ଦ୍ୱାରକାର ଯେଉଁ ରାମଲିଳା କମିଟିରେ ମୋଦି ରାବଣ ଦେହରେ ଅଗ୍ନି ସଂଯୋଗ କରୁଛନ୍ତି ତା’ର ଅଧ୍ୟକ୍ଷ ଥିବା ରାଜେଶ ଗେହଲୋଟଙ୍କର ଭାଜପା ସହ ଘନିଷ୍ଠ ସମ୍ପର୍କ ରହିଛି।

Share