ରାବଣ ପୋଡ଼ି ପାଇଁ ପ୍ରସ୍ତୁତ ରାଜଧାନୀ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ। ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ସେହି ଦୃଷ୍ଟିରୁ ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥର କମିଶନରେଟ୍‌ ପୋଲିସ ଅଞ୍ଚଳର ୫ଟି ଜାଗାରେ ରାବଣପୋଡ଼ି କାର୍ଯ୍ୟକ୍ରମ ହେବ। ରାଜଧାନୀର ବରମୁଣ୍ଡା, ଝାରପଡ଼ା, ନହରକଣ୍ଟା, ଚନ୍ଦକା ଓ ଜଟଣୀରେ ରାବଣପୋଡ଼ି ହେବ। ଆତସବାଜି କାର୍ଯ୍ୟକ୍ରମ ସ୍ଥାନଠାରୁ ୧୦୦ ମିଟର ଦୂରରେ ଦର୍ଶକ ରହିବେ ବୋଲି ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି। ବ୍ୟାରିକେଡ୍‌ ସହ ଆତସବାଜି ଲାଗି ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

Share