Categories: ଜାତୀୟ

ରାବିଡି ଦେବୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ଐଶ୍ଚର୍ଯ୍ୟା: ଆରଜେଡି ବିଧାୟକ ଥାନାରେ କଲେ ଅଭିଯୋଗ

ପାଟନା,୧୮।୧୨: ବିହାରର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡିି) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣିଥରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଏବଂ ତାଙ୍କ ବୋହୂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟ ଝଗଡା ଥମିବାର ନାଁ ନେଉନି। ଏସବୁ ଭିତରେ ଆରଜେଡି ବିଧାୟକ ଶକ୍ତି ସିଂ ଐଶ୍ଚର୍ଯ୍ୟାଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ରାବିଡି ଦେବୀ ଏବଂ ବୋହୂ ଐଶ୍ଚର୍ଯ୍ୟାଙ୍କ ମଧ୍ୟରେ ମାରପିଟ୍‌ ଲାଗିଥିବାବେଳେ ଶକ୍ତି ସିଂ ସେଠାରେ ଉପସ୍ଥିତ ଥିଲେ। ରାବିଡି ଦେବୀଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଐଶ୍ଚର୍ଯ୍ୟା। ଏଥିରେ ରାବିଡି ଦେବୀ ଆହତ ହୋଇଥିଲେ ବୋଲି ଶକ୍ତି ସିଂ ଅଭିଯୋଗ ପତ୍ରରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଲାଲୁଙ୍କ ବଡ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ, ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀ ଓ ସୱାମୀ ତେଜ ପ୍ରତାପଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ଏହି ୩ ଜଣଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି।

Share