ବୌଦ୍ଧ,୩୦ା୪(ସ୍ବପ୍ର)-ଗୁରୁବାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ବୀରନରସିଂହପୁରଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଶିଶୁମାନଙ୍କୁ ସୁବିଧା ଅସୁବିଧା ଉପରେ ପଚାରିଥିଲେ। ଏହାସହ ଶିଶୁଯନତ୍ ଅନୁଷ୍ଠାନର କର୍ମଚାରୀମାନେ କିପରି କରୋନା ସମୟରେ ପିଲାମାନଙ୍କୁ ସଚେତନ କରିଛନ୍ତି ସେ ଏନେଇ ବୁଝିଥିଲେ। ବୌଦ୍ଧ ଜିଲା ଗ୍ରୀନ୍ ଜୋନ୍ରେ ଥିବା ବେଳେ ସାମାଜିକ ଦୂରତା, ନିୟମିତ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କରୋନା ମୁକାବିଲା ଲାଗି ସରକାର ଗ୍ରହଣ କରିଥିବା ସମସ୍ତ ନିୟମ ପାଳନ କରିବା ପାଇଁ ବିଧାୟକ ଅମାତ ପରାମର୍ଶ ଦେଇଥିଲେ। ଏହି ସମୟରେ ପାଠ୍ୟପୁସ୍ତକ ପଢିବା ସହ ଚିତ୍ର ଆଙ୍କିବା ପାଇଁ ସେ ପିଲାମାନଙ୍କୁ କହିଥିଲେ। ଶେଷରେ ବିଧାୟକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।