Advertisement

ରାମଚଣ୍ଡୀ ମହୋତ୍ସବର ଶୁଭାରମ୍ଭ କଲେ ମନ୍ତ୍ରୀ: ମୁଖ୍ୟ ଆକର୍ଷଣ ହେଲେ ବର୍ଣ୍ଣାଳୀ ହୋତା

ଛତ୍ରପୁର,୧୭।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ମା’ ରାମଚଣ୍ଡୀ ମନ୍ଦିର ପକ୍ଷରୁ ଆୟୋଜିତ ରାମଚଣ୍ଡୀ ମହୋତ୍ସବ-2025 ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବର ଉଦ୍‌ଘାଟନୀ ସାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟ ଶିଳ୍ପୀଙ୍କ ଲୋକନୃତ୍ୟ ସଙ୍ଗୀତରେ ପୀଠ ପରିସର ମୁଖରିତ ହୋଇ ଉଠିଥିଲା। ଉଉତ୍ସବକୁ ରାଜ୍ୟ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁଭାରମ୍ଭ କରିଥିଲେ I

ସମ୍ମାନିତ ଅତିଥ ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ସାମାଜିକ କର୍ମୀ ସୁଜାତା ପାଢ଼ୀ, ମନ୍ଦିର କମିଟି ସଭାପତି ତଥା ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, କରପଡ଼ା ସରପଞ୍ଚ ଅଜୟ ନାୟକ, ଛତ୍ରପୁର ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ମନ୍ଦିର କମିଟି, ପୂଜା କମିଟି, ଟ୍ରଷ୍ଟ ସଭ୍ୟ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମ ଦିବସରେ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ଗାୟିକା ବର୍ଣ୍ଣାଳୀ ହୋତାଙ୍କ ସହ ପ୍ରମୁଖ ଖ୍ୟାତାନାମା କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share