Categories: ଜାତୀୟ

ରାମଜନ୍ମଭୂମି ପରିସରରେ ରୁଦ୍ରାଭିଷେକ

ଅଯୋଧ୍ୟା, ୧୦।୬: ରାମଜନ୍ମଭୂମି ପରିସରରେ ବୁଧବାର ରୁଦ୍ରାଭିଷେକ କରାଯାଇଛି। କୁବେର ତିଲଠାରେ ଥିବା କୁବେରଶ୍ୱରଙ୍କର ଅଭିଷେକ ସମ୍ପନ୍ନ ହୋଇଛି। ଦୀର୍ଘ ୨୮ ବର୍ଷ ପରେ କୁବେରଶ୍ୱରଙ୍କର ଅଭିଷେକ ହୋଇଥିବା କୁହାଯାଉଛି। ଏଥିରେ ମହନ୍ତ କମଳ ନୟନ ଦାସ ଏଥିରେ ଯୋଗଦେଇ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାମଲଲାଙ୍କ ଦର୍ଶନ କରିବା ସହିତ ସେ ମନ୍ଦିର ପରିସରରେ ହେଉଥିବା ସମତଳିକରଣ କାର୍ଯ୍ୟ ମଧ୍ୟ ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗର୍ଭଗୃହରେ ଭୂମି ପୂଜନ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ କରାଯିବ। ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଭୂମି ପୂଜନ କାର୍ଯ୍ୟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Share