ଲକ୍ଷ୍ନୌ, ୧।୮: ରାମପୁର ଏମ୍ପି ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲା ଆଜମ ଖାନଙ୍କୁ ପୋଲିସ୍ ଅଟକ ରଖିବା ବିରୋଧରେ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ପକ୍ଷରୁ ଧାରଣା ଦିଆଯାଇଛି। କାଉଡି ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଲାଗୁ ପାଇଁ ରାମପୁର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଏକେ ସିଂହ ନିର୍ଦ୍ଦେଶ ଦେଇଛନ୍ତିି। ପ୍ରଦର୍ଶନକାରୀଙ୍କୁ ଜିଲାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜୌହାର ବିଶ୍ୱବିଦ୍ୟାଳୟରେ ପୋଲିସର ଚଢାଉ ସମୟରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ବିଧାୟକ ଅବଦୁଲ୍ଲାଙ୍କୁ ବୁଧବାର ଅଟକ ରଖିଥିଲା।