Categories: ଜାତୀୟ

ରାମମନ୍ଦିର ଗର୍ଭଗୃହ ସୁନାରେ ହେବ ନିର୍ମାଣ

ନୂଆଦିଲ୍ଲୀ,୧୦।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ମନ୍ଦିରର ଗର୍ଭଗୃହକୁ ସୁନାରେ ତିଆରି କରାଯିବ ବୋଲି କୁହାଯାଉଛି। ଏଥି ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ଅବାଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏନେଇ ନ୍ୟାସ ପକ୍ଷରୁ ଅଧିକାରୀ ଆଚାର୍ଯ୍ୟ କିଶୋର କୃଣାଳ ସୂଚନା ଦେଇଛନ୍ତି। ଏନେଇ ସେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହିତ ଯୋଗାଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ସେହିପରି ରାମଲଲାଙ୍କ ସିଂହାସନରେ ରତ୍ନ ଖଚିତ କରାଯିବ। ତେବେ ଏନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁମତି ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share