Categories: ଜାତୀୟ

ରାମମନ୍ଦିର ଟ୍ରଷ୍ଟରେ ରହିବେ ୧୫ ଟ୍ରଷ୍ଟି: ଶାହ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ରାମମନ୍ଦିର ଗଠନ ପାଇଁ କରାଯାଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ ଜଣ ଟ୍ରଷ୍ଟି ରହିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ଟୁଇଟ୍‌ କରି ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଏସ୍‌ସି/ଏସ୍‌ଟି ଟ୍ରଷ୍ଟି ମଧ୍ୟ ରହିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କରିଥିବାରୁ ଶାହ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ୩ ମାସ ସମୟ ସୀମା ପୂରିବା ପୂର୍ବରୁ ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କରିବା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ଶାହ ଟୁଇଟ୍‌ କରି କହିଛନ୍ତି।

Share