Categories: ଜାତୀୟ

ରାମମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବ ଶହେ କୋଟି

ନୂଆଦିଲ୍ଲୀ,୧୦।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏବେ ମନ୍ଦିର ନିର୍ମାଣ ନେଇ ଯୋଜନା ଆରମ୍ଭ ହୋଇଛି। ୧୨୮ଫୁଟ ଉଚ୍ଚା ମନ୍ଦିର ନିର୍ମାଣରେ ଶହେ କୋଟି ଟଙ୍କା ଖର୍ଚ୍ଚ ହେବ। ମନ୍ଦିରର ଚୌଡ଼ା ୧୪୯ ଫୁଟ ରହିବ। ଏହାର ଡିଜାଇନିଂ ଗୁଜରାଟର ଚନ୍ଦ୍ରକାନ୍ତ ଭାଇ ୩୦ ବର୍ଷ ତଳେ କରିଥିଲେ। ମନ୍ଦିର ନିର୍ମାଣରେ ୨ ହଜାର କାରିଗର ନିଯୁକ୍ତ ହେବେ। ଏଥିରେ ୨୨୧ ସ୍ତମ୍ଭର ବ୍ୟବହାର କରାଯିବ। ପ୍ରତି ସ୍ତମ୍ଭରେ ୧୨ ଦେବୀ ଦେବତାଙ୍କ ଆକୃତି କରାଯିବ।

Share