Categories: ଜାତୀୟ

ରାମମନ୍ଦିର ନିର୍ମାଣରେ ବ୍ୟବହୃତ ହେବ ବଂଶୀ ପାହାଡ଼ପୁର ପଥର: ପ୍ରତି ମାସରେ ଆସିବ ୧୦ରୁ ୨୦ ଟ୍ରକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣରେ ରାଜସ୍ଥାନ ଭରତପୁର ଅନ୍ତର୍ଗତ ବଂଶୀ ପାହାଡ଼ପୁର ପଥର ବ୍ୟବହୃତ ହେବ। ମନ୍ଦିରରେ ଲାଲ୍‌ ବାଲିଆ ପଥରର ଉପଯୋଗ ୬୦ ପ୍ରତିଶତରୁ ଅଧିକ କରାଯିବ। ନିର୍ମାଣରେ ପ୍ରାୟ ୪ ଲକ୍ଷ ଘନଫୁଟ ପଥର ବ୍ୟବହାର ହେବ। ଏଥିରେ ୨.୫ ଲକ୍ଷ ଘନଫୁଟ ବଂଶୀ ପାହାଡ଼ପୁର ପଥର ଲାଗିବ। ପ୍ରତି ମାସରେ ଅଯୋଧ୍ୟାକୁ ୧୦ରୁ ୨୦ ଟ୍ରକ ପଥର ଆସିବ। ୨୦୦୬ଠାରୁ ପଥର କରସେବକ ପୁରମ୍‌ ପଠାଯାଉଛି। ଇତିମଧ୍ୟରେ ୭୦ ହଜାର ଘନଫୁଟ ପଥର ଅଯୋଧ୍ୟାର ରାମମନ୍ଦିର କାର୍ଯ୍ୟାଶାଳାକୁ ପଠାହୋଇଥିବାବେଳେ ୩୦ ହଜାର ଘନଫୁଟ ପଥର ପିଣ୍ଡଓ୍ବାଡା କାର୍ଯ୍ୟଶାଳାକୁ ପଠାଯାଇଛି। ବଂଶୀ ପାହାଡ଼ପୁର ପଥରରେ ମନ୍ଦିରର ୧୦୬ ସ୍ତମ୍ଭର ନିର୍ମାଣ କରାଯାଇଛି। ସ୍ତମ୍ଭର ଉଚ୍ଚତା ୧୬ଫୁଟ ରହିଛି। ସେହିପରି ପିଣ୍ଡଓ୍ବାଡାରେ ମନ୍ଦର ପାଇଁ ୧୯୨ଟି ସ୍ତମ୍ଭର ନିର୍ମାଣ କରାଯାଇଛି। ପିଣ୍ଡଓ୍ବାଡାରେ ୩ ଶହରୁ ଅଧିକ କାରିଗର ୯ ବର୍ଷ ଧରି ପଥର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।

Share