Categories: ଜାତୀୟ

ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ: ମାଟିତଳୁ ମିଳିଲା ପୂରାତନ ମୂର୍ତ୍ତି ସହିତ ଶିବଲିଙ୍ଗ

ଅଯୋଧ୍ୟା,୨୧।୫: ଅଯୋଧ୍ୟାର ରାମଜନ୍ମଭୂମିଠାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦ୍ୱାରା ଆରମ୍ଭ ହୋଇଛି। ମାଟି ସମତଳ ସମୟରେ ଏଠାରୁ ପୂରାତନ ମୂର୍ତ୍ତିର ଭଗ୍ନାବଶେଷ ସହିତ ଶିବଲିଙ୍ଗ ମିଳିଛି। ଏହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ସରକାରୀ ମାର୍ଗଦର୍ଶିକା ଅନୁସାରେ ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଉଛି। ଅଯୋଧ୍ୟା ପ୍ରଶାସନଠାରୁ ଅନୁମତି ମିଳିବା ପରେ ମେ ୧୧ ତାରିଖଠାରୁ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୧୦ ଜଣ ଶ୍ରମିକଙ୍କୁ ମାଟି ସମତଳ କାମରେ ନିୟୋଜିତ କରାଯାଇଛି। ଶ୍ରମିକଙ୍କ ପାଇଁ ମାସ୍କ୍‌, ସାନିଟାଇଜର ସହିତ ଅନ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା  ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି।

Share