Categories: ଜାତୀୟ

ରାମମନ୍ଦିର ନିର୍ମାଣ ଚାନ୍ଦା ରଖିବ କିଏ: ନିଷ୍ପତ୍ତି ନେବ ନ୍ୟାସ

ନୂଆଦିଲ୍ଲୀ,୧୭।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେବାକୁ ଥିବା ଚାନ୍ଦା କିଏ ରଖିବ ସେ ନେଇ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ନିଷ୍ପତ୍ତି ନେବ। ଫେବୃୟାରୀ ୧୯ରେ ନ୍ୟାସର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଚାନ୍ଦା ନେଇ ଆଲୋଚନା କରାଯିବ ବୋଲି କୁହାଯାଉଛି। ଇତିମଧ୍ୟରେ ବାରାଣାସୀର ଜ୍ୟୋତିପୀଠାଧିଶ୍ୱର ଏବଂ ଦ୍ୱାରକାର ଶାରଦା ପୀଠାଧିଶ୍ୱର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ପରୂପାନନ୍ଦ ସରସ୍ବତୀଙ୍କ ତତ୍ତ୍ୱାବଧାନରେ ନ୍ୟାସ ପାଇଁ ସୁନା ସଂଗ୍ରହ ଆରମ୍ଭ ହୋଇସାରିଛି। ଏହି ଅଭିଯାନ ଅନ୍ତର୍ଗତ ପ୍ରତି ଗ୍ରାମ ପଞ୍ଚାୟତରୁ ସୁନା ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହେବ। ପ୍ରତି ଗ୍ରାମ ପଞ୍ଚାୟତରୁ ଏକ ଗ୍ରାମ ସୁନା ଦାନ ଭାବେ ଗ୍ରହଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

Share