Categories: ଜାତୀୟ

ରାମମନ୍ଦିର ନିର୍ମାଣ ନେଇ ସୁବ୍ରମଣିୟମ୍‌ ସ୍ବାମୀ ଓ ସଞ୍ଜୟ ରାଓ୍ବତ ମୋଦିଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ସମୟରେ ରାମ ମନ୍ଦିର ବିବାଦଠାରୁ ଭାଜପା ଦୂରେଇ ରହିଥିଲା। ତେବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ପରେ ପୁଣିଥରେ ଦେଶରେ ରାମମନ୍ଦିର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ମର୍ମରେ ଭାଜପା ସଦସ୍ୟ ସୁବ୍ରମଣିୟମ୍‌ ସ୍ବାମୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ପରାମର୍ଶ। ମୋଦି ଶୀଘ୍ର ରାମମନ୍ଦିର ନିର୍ମାଣ ସମ୍ପର୍କରେ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି। ସେହିପରି ଶିବସେନା ମୁଖପାତ୍ର ସଞ୍ଜୟ ରାଓ୍ବତ କହିଛନ୍ତି ଯେ, ରାମମନ୍ଦିର ନିର୍ମାଣ କରା ନ ଗଲେ ପରବର୍ତ୍ତୀ ସମୟରେ ଲୋକେ ଆଉ ଆମକୁ ହୁଏତ ବିଶ୍ୱାସ କରି ନ ପାରନ୍ତି। ତେଣୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି।

Share