Categories: ଜାତୀୟ

ରାମମନ୍ଦିର ନିର୍ମାଣ ପାଇଁ ଦାନ କଲେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆୟକର ଛାଡ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୫: ରାମମନ୍ଦିର ନିର୍ମାଣ ପାଇଁ ଦାନ କରୁଥିବା ବ୍ୟକ୍ତିଙ୍କ ଆୟକର ଛାଡ କରାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆୟକର ଅଧିନିୟମ ଧାରା ୮୦-ଜିର ଉପଧାରା-୨ ଏବଂ ଖଣ୍ଡ-ବି ଅନ୍ତର୍ଗତ ଏଭଳି ସୁବିଧା ଦାନକାରୀଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌କୁ ଧାର୍ମିକ ସ୍ଥଳକୁ ଦାନ ଦେବା ଦ୍ୱାରା ଆୟକର ଛାଡ ଅଧିନିୟମ ଧାରା ୧୧ ଏବଂ ୧୨ ଅନୁସାରେ ଏହା କାର୍ଯ୍ୟକାରୀ ହେବ। ଏହି ଧାରା ଅନୁସାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆୟକର ଛାଡ କରାଯିବ ବୋଲି କୁହାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ।

Share