ଅଯୋଧ୍ୟା,୧୬।୬: ରାମମନ୍ଦିର ନିର୍ମାଣ ପାଇଁ ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ରବିବାର କହିଛନ୍ତି। ସେ ଦଳର ନବନିର୍ବାଚିତ ୧୮ ଜଣ ଏମ୍ପି ସହିତ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରି ଏଭଳି କହିଛନ୍ତି। ରାମମନ୍ଦିର କୌଣସି ରାଜନୈତିକ ଏଜେଣ୍ଡା ନୁହେଁ ଏହା ଦେଶର କୋଟି କୋଟି ଜନସାଧାରଣଙ୍କର ବିଶ୍ୱାସର ପ୍ରତୀକ। ଏନେଇ ସରକାର ଖୁବ୍ ଶୀଘ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।