‘ରାମଲୀଲା’ରେ ଦୀପିକାଙ୍କ ଭୂମିକା ଲାଗି ସୋନମ୍‌ ଦେଇଥିଲେ ଲୁକ୍‌ ଟେଷ୍ଟ !

ବମ୍ବେ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଚଳଚ୍ଚିତ୍ର ‘ଗୋଲିୟୋଁ କି ରାସଲିଲା: ରାମଲୀଲା’ରେ ଦୀପିକା ନୁହନ୍ତି, ବରଂ ସୋନମ୍‌ କପୁର ଅଭିନୟ କରିଥାନ୍ତେ। ଏଥିପାଇଁ ସେ ଲୁକ୍‌ ଟେଷ୍ଟ ମଧ୍ୟ ଦେଇଥିଲେ। ହେଲେ ଏପରି ହେଲାନାହିଁ। ଶେଷରେ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି ଆସିଥିଲେ ଦୀପିକା ଏବଂ ରଣବୀର ସିଂହ। ନିଜର ସୋସିଆଲ ମିଡିଆରେ ସୋନମ୍‌ ଏକ ଫଟୋ ଶେୟାର କରିବା ପରେ ଏଭଳି କିଛି ଚର୍ଚ୍ଚା ହେବାରେ ଲାଗିଛି।

ଫଟୋରେ ଚଳଚ୍ଚିତ୍ରର ଗୀତ ‘ଅଙ୍ଗ ଲଗା ଦେ’ରେ ଦୀପିକା ପିନ୍ଧିଥିବା ପୋଷାକର ଅବିକଳ ନକଲ ପୋଷାକ ସୋନମ୍‌ ପିନ୍ଧିଥିବା ଦେଖାଯାଇଛି। ଏପରିକି ସେ ହାତରେ ଦୀପ ମଧ୍ୟ ଧରିଛନ୍ତି। ଏହାକୁ ଶେୟାର କରିବା ସମୟରେ ସୋନମ୍‌ ଏକ ଫିଲ୍ମ ପାଇଁ ଟେଷ୍ଟ ଦେଇଥିବା ଲେଖିଛନ୍ତି। ଯାହାକୁ ଦେଖି ସେ ବନ୍‌ଶାଲୀଙ୍କ ଚଳଚ୍ଚିତ୍ର ପାଇଁ ଲୁକ୍‌ ଟେଷ୍ଟ ଦେଇଥିବା କୁହାଯାଉଛି।

ଦେଖିବାକୁ ଗଲେ ବନ୍‌ଶାଲୀଙ୍କ ସହ ସୋନମ୍‌ଙ୍କ ପୁରୁଣା ସମ୍ପର୍କ। ସୋନମ ବନ୍‌ଶାଲୀଙ୍କ ଚଳଚ୍ଚିତ୍ର ‘ସାବରିଆ’ରୁ ନିଜର ଡେବ୍ୟୁ କରିଥିଲେ। ହେଲେ ଫିଲ୍ମକୁ ସେତେଟା ପସନ୍ଦ କରାଯାଇ ନ ଥିଲା।

Share