Categories: ଜାତୀୟ

ରାମଲୀଳା ମଇଦାନରେ ଧନ୍ୟବାଦ ରାଲିରେ ଯୋଗଦେବେ ମୋଦି

ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୧ଟା ୩୦ରେ ରାଜଧାନୀ ଦିଲ୍ଲୀରେ ଥିବା ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ରାଲିରେ ଯୋଗ ଦେବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ସେ ଏହି ଧନ୍ୟବାଦ ରାଲିର ଆୟୋଜନକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଛି। ଦିଲ୍ଲୀରେ ଥିବା ଅସ୍ଥାୟୀ ବସ୍ତି ବାସିନ୍ଦାକୁ ସ୍ଥାୟୀ କରିବାକୁ କଥା ଦେବା ପରେ ମୋଦିଙ୍କୁ ଏହି ରାଲି କରିବାକୁ ସୁଯୋଗ ମିଳିଛି। ଏହି ରାଲିରେ ଅସ୍ଥାୟୀ କଲୋନିର ବାସିନ୍ଦା ମୋଦିଙ୍କୁ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଲୋକେ ଭିତରକୁ ପ୍ରବେଶ କରିବାକୁ ନେଇ କେତେ ଗୁଡିଏ ନିୟମ ମଧ୍ୟ ଲାଗୁ କରାଯାଇଛି। ଗୁଇନ୍ଦା ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଫିସରଙ୍କ ସୂଚନା ଅନୁଯାୟୀ ମୋଦିଙ୍କ ଏହି ସମ୍ବେଦନଶୀଳ ରାଲିରେ ପାଖାପାଖି ୧ଲକ୍ଷ ଲୋକ ଯୋଗ ଦେବା ଆଶା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହସ୍ତାକ୍ଷର ମାଧ୍ୟମରେ ମୋଦିଙ୍କୁ ଧନ୍ୟବାଦ ଦିଆଯିବାର ବ୍ୟବସ୍ଥା କରାଯାଇଛି।

Share