Advertisement

ରାମାୟଣର ସୁଷେଣ ବୈଦ୍ୟ ବିକୁଥିଲେ ପାନ: ତାଙ୍କ ହୋଟେଲର ନାମ ସଞ୍ଜିବନୀ

ଉଜ୍ଜୟନୀ,୧୬।୪: ଏବେ ଦିଲ୍ଲୀ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ରାମାୟଣର ପ୍ରସାରଣ ପୁଣି ଥରେ କରାଯାଉଛି। ରାମାୟଣରେ ସୁଷେଣ ବୈଦ୍ୟ ଭୂମିକାରେ ରମେଶ ଚୌରାସିୟା ଅଭିନୟ କରିଥିଲେ। ଇତିମଧ୍ୟରେ ରମେଶଙ୍କର ମୃତ୍ୟୁ ହୋଇ ସାରିଛି। ରାମାୟଣରେ ଅଭିନୟ କରିବା ପୂର୍ବରୁ ତାଙ୍କର ଉଜ୍ଜୟନୀଠାରେ ଏକ ପାନ ଦୋକାନ ଥିଲା। ମୁଖ୍ୟତଃ ସେ ପାନ ହିଁ ବିକ୍ରି କରୁଥିଲେ। ଏହା ସହିତ ତାଙ୍କର ଏକ ହୋଟେଲ ମଧ୍ୟ ରହିଥିଲା। ରାମାୟଣରେ ଅଭିନୟ କରିବା ପରେ ରମେଶ ଉଭୟ ପାନ ଦୋକାନ ଏବଂ ହୋଟେଲ ନାମ ସେ ସଞ୍ଜିବନୀ ରଖିଥିଲେ। ରାମାୟଣରେ ଅଭିନୟ କରି ସେ ଦିନେ ଯେ, ଲୋକପ୍ରିୟତା ହାସଲ କରିବେ ତାହା କେବେ ମଧ୍ୟ ଭାବି ନ ଥିଲେ। ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ତାଙ୍କର ଜଣେ ଭଲ ବନ୍ଧୁ। ଅରବିନ୍ଦ ରମେଶଙ୍କୁ ନେଇ ରାମାନନ୍ଦ ସାଗରଙ୍କ ସହିତ ଭେଟ କରାଇଥିଲେ। ରମେଶଙ୍କ ଲମ୍ବା ଦାଢ଼ି ଏବଂ ନିଶ ଦେଖି ତାଙ୍କୁ ସୁଷେଣ ଭୂମିକା ମିଳିଥିଲା। ଏବେ ରାମାୟଣର ପୁଣି ପ୍ରସାରଣ କରାଯାଉଛି। ତେବେ ଏହା ଦେଖିବାକୁ ରମେଶ ନାହାଁନ୍ତି ବୋଲି ପାନ ଦୋକାନ ଏବଂ ହୋଟେଲ ପରିଚାଳନା କରୁଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share