ରାମ୍ପ୍‌ ଶୋ’ରେ ସାରାଙ୍କୁ ଚିୟର କରୁଥିଲେ କାର୍ତ୍ତିକ, ଇବ୍ରାହିମ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଏକ ରାମ୍ପ ଶୋ’ରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଚିଅର୍‌ କରିବା ପାଇଁ ବୟଫ୍ରେଣ୍ଡ କାର୍ତ୍ତିକ ଓ ଭାଇ ଇବ୍ରାହିମ ପହଞ୍ଚିଥିଲେ। ସାରା ଯେତେବେଳେ ରାମ୍ପ ଫ୍ଲୋର୍‌ରେ ଚାଲୁଥିଲେ କାର୍ତ୍ତିକ ଓ ଇବ୍ରାହିମ ତାଙ୍କୁ ବେଶ୍‌ ଉତ୍ସାହିତ କରୁଥିଲେ। କାର୍ତ୍ତିକ ଏବଂ ଇବ୍ରାହିମ୍‌ ପରସ୍ପର ମଜାମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟର ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କହିରଖୁଛୁ, ସାରା ଏବଂ କାର୍ତ୍ତିକଙ୍କ ରିଲେସନଶିପ୍‌ ବିଷୟରେ ଆପଣ ଊଣା ଅଧିକ ଜାଣିଥିବେ। ରାମ୍ପ୍‌ ଶୋ’ରେ ସାରାଙ୍କ ନର୍ଭସନେସ୍‌ ଦୂର କରିବାକୁ ତାଙ୍କ ଜୀବନସହିତ ଯୋଡ଼ା ବ୍ୟକ୍ତି କାର୍ତ୍ତିକ ନ ପହଞ୍ଚି ନ ଥାନ୍ତେ ବା କେମିତି? ଶୋ’ରେ ସାରା ଖୁବ୍‌ ଆକର୍ଷଣୀୟା ଲାଗୁଥିଲେ। ଯେତିକି ସୁନ୍ଦର ଦେଖା ଯାଉଥିଲେ ତା’ଠୁ ବେଶୀ ଖୁସି ଥିବା ଫଟୋରୁ ଜଣାପଡ଼ୁଛି। ସୂଚନାଯୋଗ୍ୟ ଯେ, ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜ୍‌ କଲ’ର ସିକ୍ୱେଲ ନିିର୍ମାଣ ହେଉଛି। ଏଥିରେ ମୁଖ୍ୟ ଭୂମିକାରେ ସାରା ଏବଂ କାର୍ତ୍ତିକ ଅଭିନୟ କରୁଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଇମ୍ତିଆଜ ଅଲ୍ଲୀ ।

Share