Categories: ବାଣିଜ୍ୟ

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କମ୍ପାନୀ ନୂଆ କରି ଆଣିଥିବା ସୁପରଷ୍ଟିଲ ସିମେଣ୍ଟ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ଆସନ୍ତା ବର୍ଷ ରାମ୍‌କୋ ଏହାର ଯାଜପୁରସ୍ଥିତ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି। ପ୍ଲାଣ୍ଟର କାର୍ଯ୍ୟ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଏହାକୁ ଶୀଘ୍ର ଶେଷ କରି ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ହେଲେ କମ୍ପାନୀ ଓଡ଼ିଶା ବଜାରରେ ସ୍ଥିତିକୁ ଆହୁରି ଦୃଢ କରିବ ବୋଲି ମାର୍କେଟିଂ ବିଭାଗ ଡିଜିଏମ୍‌ ପ୍ରତୀକ କୁମାର ରାଏ କହିଛନ୍ତି। ଭାଇଜାଗ ପ୍ଲାଣ୍ଟ ପରେ କମ୍ପାନୀ ଓଡ଼ିଶା ବଜାରରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା। ନିରନ୍ତର ଭିତ୍ତିରେ ଓଡିଶାରେ କମ୍ପାନୀ ଏହାର ବିକ୍ରି ବଢାଇ ଚାଲିଛି। ବର୍ତ୍ତମାନ ଏହା ୬୫ ହଜାର ଟନ୍‌ର ସାମଗ୍ରୀ ବିକ୍ରି କରୁଛି। ରାଜ୍ୟରେ ୭୦୦ ଡିଲର ଏବଂ ୧୦୦୦ ରିଟେଲରଙ୍କ ସହ ଏହା କାର୍ଯ୍ୟ କରୁଥିବା କହିଛି। କାର୍ଯ୍ୟକ୍ରମରେ ଡିଜିଏମ୍‌ ସିଦ୍ଧାର୍ଥ କୁମାର ସାହୁଙ୍କ ସମେତ କମ୍ପାନୀର ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share