ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବିରୋଧୀ ଲଢେଇରେ ରାମ୍କୋ ସିମେଣ୍ଟ ଯୋଗଦାନ ରଖିଥିବା ସୂଚନା ଦେଇଛି। କମ୍ପାନୀ ଓଡିଶା ସମେତ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ନାଟକ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ମିଳିତ ହୋଇ ଏ ଦିଗରେ ନିଜର ଯୋଗଦାନ ରଖିଛି। ଓଡ଼ିଶା ଏବଂ ତାମିଲନାଡୁରେ କମ୍ପାନୀ ମେଡିକାଲ ଯନ୍ତ୍ରାଂଶ ଯୋଗାଣ ଦିଗରେ ଯୋଗଦାନ ରଖିଛି। ଏହା ମଧ୍ୟରେ ଅକ୍ସିଜେନ କନ୍ସେନଣ୍ଟ୍ରେଟର, ପ୍ରୋଟେକ୍ଟିଭ ଗିୟର ଅନ୍ୟ ଡିଭାଇସ ସାମିଲ ରହିଛି। ଏହା ବାଦ ଲକ୍ଡାଉନ ସମୟରେ ଲୋକଙ୍କ ଲାଗି ଖାଦ୍ୟପାନୀୟ ବ୍ୟବସ୍ଥା ଜିଲାପାଳ, ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ହାତକୁ ନିଆଯାଇଛି। କମ୍ପାନୀ ଏହାର ୪ଟି ଫ୍ୟାକ୍ଟ୍ରିରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି। କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଲଗାତର ନଜର ରଖାଯାଇଛି। ଯାନଗୁଡିକରେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ଫ୍ୟାକ୍ଟ୍ରି ଭିତରକୁ ପ୍ରବେଶ କରୁଥିବା ପ୍ରତିକର୍ମଚାରୀଙ୍କ ପରୀକ୍ଷା କରାଯାଇ ସୁସ୍ଥତା ନିଶ୍ଚିତ କରାଯାଉଛି। କର୍ମଚାରୀଙ୍କୁ ୩୦ ହଜାର ଫେସ୍ମାସ୍କ ଏବଂ ସାବୁନ ପ୍ରଦାନ କରାଯାଇଛି। ସେହିଭଳି ଆଇସୋଲେଶନ ସୁବିଧା, କେତେକ ସ୍ଥାନରେ ଦୈନିକ ମଜୁରୀ ଭିତ୍ତିରେ କାମ କରୁଥିବା ଦାଦନ ଶ୍ରମିକଙ୍କ ଲାଗି ଆର୍ଥତ୍କ ପ୍ରୋତ୍ସାହନ ଏବଂ ଫ୍ୟାକ୍ଟ୍ରି ନିକଟବର୍ତ୍ତୀ ଗ୍ରାମଗୁଡିକରେ କରୋନା ଜନିତ ସଚେତନତା ହାତକୁ ନିଆଯାଇଛି। କରୋନା ବିରୋଧୀ ଲଢେଇରେ ସରକାରଙ୍କ ସହ ମିଳିତ ହୋଇ ଯୋଗଦାନ ରଖୁଥିବା କମ୍ପାନୀର ସିଇଓ ଏ.ଭି.ଧର୍ମକ୍ରିଷ୍ଣନ ସୂଚନା ଦେଇଛନ୍ତି।