ଭୁବନେଶ୍ୱର,୨୩।୪: ରାମ୍କୋ ସିମେଣ୍ଟ ଲିମିଟେଡ୍ ପକ୍ଷରୁ କୋଭିଡ୍-୧୯କୁ ଧ୍ୟାନରେ ରଖି ଏହାର ପ୍ରୋଜେକ୍ଟ ସାଇଟଗୁଡିକରେ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ ଘୋଷଣା କରିବା ପରେ କମ୍ପାନୀ ଏହାର କୁର୍ନୁଲ ଜିଲା ଗ୍ରୀନ୍ ଫିଲ୍ଡ ସିମେଣ୍ଟ ପ୍ରକଳ୍ପ କାମକୁ ବନ୍ଦ କରିଛି। ଆନ୍ଧ୍ରପ୍ରଦେଶର ଜଗୟରପେଟ, କ୍ରିଷ୍ଣା ଜିଲାର ଅନାକାପାଲି ଏବଂ ଭାଇଜାଗ ଜିଲାରେ ଥିବା କମ୍ପାନୀଗୁଡିକର ପ୍ଲାଣ୍ଟଗୁଡିକ ଏବେ ବନ୍ଦ ରହିଛି। ପିପିଇ ସୁଟ୍, ଏନ୍-୯୫ ମାସ୍କ, ସାନିଟାଇଜର ବାବଦ ୧୮ ଲକ୍ଷ ଟଙ୍କା ଏହା କୁର୍ନୁଲ ଜିଲା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। କୁର୍ନୁଲ ଜିଲାର ପ୍ରୋଜେକ୍ଟ ସାଇଟଗୁଡିକରେ ୩୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିକୁ ୨.୫ କୋଟି ଟଙ୍କା ଏହା ପ୍ରଦାନ କରିଛି। କର୍ନାଟକ, ତାମିଲନାଡୁ, ଓଡ଼ିଶା, କେରଳ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ସ୍ଥାନଗୁଡିକରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜାରି ରହିଛି ବୋଲି କମ୍ପାନୀର ବରିଷ୍ଠ ଉପସଭାପତି ଶ୍ରୀରେଡି ନାଗାରାଜୁ ସୂଚନା ଦେଇଛନ୍ତି।