ନୂଆଦିଲ୍ଲୀ,୭।୮: ରାମ ଜନ୍ମଭୂମି ଉପରେ ଅଧିକାରର ଆଧାର ସମ୍ପର୍କରେ ବୁଧବାର ସୁପ୍ରିମ୍କୋର୍ଟ ନିର୍ମୋହି ଆଖଡ଼ାକୁ ପ୍ରଶ୍ନ କରିଛନ୍ତି। ଆଖଡ଼ା ପକ୍ଷରୁ ଜମି ସମ୍ପର୍କିତ କାଗଜପତ୍ର ଦାଖଲ କରାଯାଇଛି। ତେବେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଲେ ଯେ,ଜମି ଉପରେ ବିନା ଅଧିକାରରେ ପୂଜାର୍ଚ୍ଚନା କରାଯାଇପାରିବ। ମାତ୍ର ପୂଜାର୍ଚ୍ଚନା କରିବା ଏବଂ ଜମି ଉପରେ ଅଧିକାର ଏହା ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗ। ନିର୍ମୋହି ଆଖଡ଼ାର ଆଇନଜୀବୀ ଜମି ଉପରେ ଅଧିକାର ପାଇଁ ମାମଲା ଦାଏର କରାଯାଇଥିବା ଦର୍ଶାଇଥିଲେ।