Categories: ଜାତୀୟ

ରାମ ଜେଠ୍‌ମାଲାନୀଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ବରିଷ୍ଠ ଆଇନଜୀବୀ ରାମ ଜେଠ୍‌ମାଲାନୀଙ୍କ ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୧୯୨୩ ସେପ୍ଟେମ୍ବର ୧୪ରେ ସେ ପାକିସ୍ତାନର ଶିକାରପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୬ଠାରୁ ସେ ଆର୍‌ଜେଡିର ରାଜ୍ୟସଭା ଏମ୍‌ପି ଥିଲେ। ଆଉ ୬ ଦିନ ପରେ ସେ ନିଜର ୯୬ ତମ ଜନ୍ମଦିନ ପାଳନ କରିଥାନ୍ତେ।

Share