Categories: ଜାତୀୟ

ରାମ ମନ୍ଦିରକୁ ନେଇ ମୋଦିଙ୍କୁ ଚିଠି ଲେଖିଲା ଶିବସେନା

ମୁମ୍ବାଇ,୬।୩: ରାମ ମନ୍ଦିରକୁ ନେଇ ଶୁକ୍ରବାର ଶିବସେନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛି। ଏହି ଚିଠି ମାଧ୍ୟମରେ ଶିବସେନାର ଜଣେ ସଦସ୍ୟଙ୍କୁ ରାମ ମନ୍ଦିର ଟ୍ରଷ୍ଟରେ ସାମିଲ କରିବାକୁ ମୋଦିଙ୍କୁ ଅନୁରୋଧ କରାଯାଇଛି। ଏଥିରେ ଦର୍ଶାଯାଇଛି କି ବାଲ ଠାକରେଙ୍କ ଦ୍ୱାରା ଗଠନ କରାଯାଇଥିବା ଶିବସେନା ରାମ ମନ୍ଦିର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେଣୁ ଏବେ ଜଣେ ଶିବସେନା ସଦସ୍ୟଙ୍କୁ ଟ୍ରଷ୍ଟରେ ସ୍ଥାନ ଦିଆଯାଉ।

Share