Categories: ଜାତୀୟ

ରାମ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଉଦ୍ଧବ

ଅଯୋଧ୍ୟା,୭।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ହେଲେ ଏହା ରାଜ୍ୟ ସରକାରଙ୍କ ପକ୍ଷରୁ ନୁହେଁ ବରଂ ଏହା ଉଦ୍ଧବଙ୍କ ଟ୍ରଷ୍ଟ ପକ୍ଷରୁ ଦାନ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଦେଢ ବର୍ଷ ମଧ୍ୟରେ ଉଦ୍ଧବଙ୍କର ଅଯୋଧ୍ୟାକୁ ଏହା ତୃତୀୟ ଗସ୍ତ ବୋଲି ସେ କହିଛନ୍ତି। ତାଙ୍କ ସହ ‘ଭଗଓ୍ବା’ ପରିବାରର ସଦସ୍ୟମାନେ ଥିବା ବେଳେ ସେ ରାମଲଲାଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହୋଇଛି ସତ ହେଲେ ହିନ୍ଦୁତ୍ୱଠାରୁ ନୁହେଁ।

Share