ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା ରାଣାଓ୍ବତ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ଫିଲ୍ମ ଏବଂ ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମ ନାଁ ରହିଛି ‘ଅପରାଜିତ ଅଯୋଧ୍ୟା’। କଙ୍ଗନାଙ୍କ ପ୍ରଡକସନ୍‌ ହାଉସ୍‌ ପ୍ରଥମଥର ପାଇଁ ଏହି ଫିଲ୍ମ ନିର୍ମାଣ କରିବ। ବାହୁବଳୀ ସିରିଜ୍‌ ନିର୍ମାତା କେଭି ବିଜୟେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମର ଶୁଟିଂ ୨୦୨୦ ପ୍ରାରମ୍ଭରେ ଆରମ୍ଭ ହେବ। ରାମ ମନ୍ଦିର ନିର୍ମାଣ ଦେଶରେ ଏକ ଚର୍ଚ୍ଚିତ ଘଟଣା। ଛୋଟ ବେଳୁ ଏହି ଘଟଣାକୁ ଶୁଣି ବଡ ହୋଇଛି। ଏହାକୁ ନେଇ ମୋ ପ୍ରଡକସନ୍‌ ହାଉସ୍‌ ପ୍ରଥମ ଫିଲ୍ମ ନିର୍ମାଣ କରିବା ସୌଭାଗ୍ୟର ବିଷୟ ବୋଲି କଙ୍ଗନା କହିଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ ‘ଥିଲାଇଭି’ରେ ନଜର ଆସିବେ କଙ୍ଗନା। ଏହି ଫିଲ୍ମର ଟ୍ରିଜର ନିକଟରେ ରିଲିଜ୍‌ ହୋଇଛି।

Share