Categories: ଜାତୀୟ

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ ଦାନ

ନୂଆଦିଲ୍ଲୀ,୬।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଗଠନ କରାଯାଇଥିବା ଟ୍ରଷ୍ଟକୁ ଦାନ ମିଳିବା ଆରମ୍ଭ ହୋଇଛି। ମୋଦି ସରକାର ନବ ଗଠିତ ଟ୍ରଷ୍ଟକୁ ମନ୍ଦିର ନିର୍ମାଣ କରିବା ପାଇଁ ଏକ ଟଙ୍କା ଦାନ ଦେଇଥିବା ସୂଚନା ମିଳିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଡି ମୁର୍ମୁ ମୋଦି ସରକାରଙ୍କ ପକ୍ଷରୁ ଏହି ରାଶି ଦାନ ଦେଇଥିବା ସୂଚନା ମିଳିଛି। ଟ୍ରଷ୍ଟ ବିନା କୌଣସି ସର୍ତ୍ତରେ ଦାନ, ଅନୁଦାନ, ଚାନ୍ଦା, ସାହାଯ୍ୟ ସ୍ବୀକାର କରିବ ବୋଲି ଜଣାପଡିଛି। ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ (୯୨) ରାମ ମନ୍ଦିର ର୍ନିମାଣ ପାଇଁ ଗଠନ ହେବାକୁ ଯାଉଥିବା ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ହେବେ ବୋଲି ଜଣାପଡିଛି।

Share