ରାଞ୍ଚି,୧୪।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଏବେ ବିବାଦ ମଧ୍ୟକୁ ଚାଲିଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯାଇଥିବା ଯୋଗୀ ଆଦିତ୍ୟନାଥ ବାଗୋଦରରେ ଏକ ଜନସଭାକୁ ଉଦ୍ବୋଧନ ଦେବା ସମୟରେ ପ୍ରତି ପରିବାରଙ୍କଠାରୁ ରାମ ମନ୍ଦିର ନିର୍ମାଣ କରିବାକୁ ଗୋଟିଏ ଇଟା ଓ ୧୧ଟଙ୍କା ମାଗିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା)ନେତା ଭାବେ ପ୍ରଥମଥର ଯୋଗୀ ଆଦିତ୍ୟନାଥ ରାମମନ୍ଦିର ନିର୍ମାଣକୁ ନେଇ ଏମିତି ମାଗିଥିବା କୁହାଯାଉଛି। ସେ କହିଥିଲେ ଦୀର୍ଘ ୫ଶହ ବର୍ଷ ଧରି ରାମ ମନ୍ଦିର ନିର୍ମାଣକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧାନ କରିଛନ୍ତି। ତେଣୁ ରାମ ମନ୍ଦିର ନିର୍ମାଣ ଲାଗି ପ୍ରତି ପରିବାରର ଯୋଗଦାନ ରହିବା ଆବଶ୍ୟକ।