Categories: ଜାତୀୟ

ରାମ ମନ୍ଦିର ଭୂମୀ ପୂଜା ପାଇଁ ସବୁ ପବିତ୍ର ନଦୀ-ସମୁଦ୍ରରୁ ଆସିବ ଜଳ !

ନୂଆଦିଲ୍ଲୀ,୨।୩: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରସ୍ତୁତି ଯୋର ସୋରରେ ଚାଲିଛି। ଗର୍ଭଗୃହ ତଳର ମାଟିର ଶକ୍ତି ସହ ସମ୍ପୂର୍ଣ୍ଣ ଭୂମୀର ସର୍ଭେ କରାଯାଇ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି କୁହାଯାଉଛି। ତେବେ ଏହି ଭୂମୀ ପୂଜା ପାଇଁ ସବୁ ପବିତ୍ର ନଦୀର ଓ ସମୁଦ୍ରର ଜଳ ଆଣିବାକୁ ନେଇ ଏବେ ବିଚାର ଚାଲିଥିବା କୁହାଯାଉଛି। ଆହୁରି ମଧ୍ୟ ବିଚାର କରାଯାଉଛି କି ମନ୍ଦିର ନିର୍ମାଣ ସମୟରେ ଏହାର ଚତୁଃପାର୍ଶ୍ୱରେ ରାମ ଧୁନ୍‌ ଶୁଣାଯିବ। ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ପରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଏବେ ଏଠାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଚାଲିଛି ମାନସ ମନ୍ଥନ।

Share