Categories: ଜାତୀୟ

ରାମ ରହିମଙ୍କୁ ଝଟ୍‌କା

ପଞ୍ଚକୁଲା,୧୦।୧୨: ପଞ୍ଚକୁଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ମଙ୍ଗଳବାର ସିବିଆଇ କୋର୍ଟରୁ ଝଟ୍‌କା ମିଳିଛି। ସିବିଆଇ ବିଚାରପତିଙ୍କୁ ପରିବର୍ତ୍ତନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯାଇଛି। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧୪ରେ କରାଯିବ। ସୂଚନାଯୋଗ୍ୟ, ମଙ୍ଗଳବାର ହରିୟାଣାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ରଞ୍ଜିତ ସିଂହ ହତ୍ୟା ମାମଲାର ଶୁଣାଣି ହୋଇଥିଲା। ଏହି ମାମଲାରେ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ହାଜର ହୋଇଥିଲେ। ଗତ ଶୁଣାଣି ସମୟରେ ରାମ ରହିମଙ୍କ ଓକିଲ ରଞ୍ଜିତ ହତ୍ୟା ମାମଲାର ଶୁଣାଣି ପାଇଁ ବିଚାରପତିଙ୍କ ପରିବର୍ତ୍ତନ ନେଇ ଏକ ଆବେଦନ କରିଥିଲେ। କାରଣ ପୂର୍ବରୁ ୨ଟି ମାମଲାରେ ଉକ୍ତ ବିଚାରପତି ରାମ ରହିମଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିବାରୁ ତାଙ୍କ ଉପରେ ବିଶ୍ୱାସ ନାହିଁ ବୋଲି ଓକିଲ ଏହି ଆବେଦନରେ ଦର୍ଶାଇଥିଲେ।

Share